ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ, ଭୁବନେଶ୍ୱର ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଆଜି ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଭୁବନେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ବିନ୍ଦୁସାଗର ଚତୁଃପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଭୁବନେଶ୍ବର ଶାଖା ସଭାପତି ଶ୍ରୀ ଗୋପାଳ ମକଦ୍ଦମ ପରିଚାଳନା କରିଥିଲେ |

ସଂଗଠନ ପକ୍ଷରୁ ସପ୍ତାହବ୍ୟାପୀ ଚାଲୁରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଆଜି ବିନ୍ଦୁସାଗର ଚତୁଃପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଐତିହାସିକ ମହତ୍ତ୍ୱ ଥିବା ଏହି ପ୍ରାଚୀନ ପୁଷ୍କରଣୀର ସୌନ୍ଦର୍ଯ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କ୍ରମାଗତ ଭାବେ ନଷ୍ଟ ହୋଇଚାଲିଛି । ଏହି ପୁଷ୍କରଣୀର ଉନ୍ନତି ନିମନ୍ତେ ବହୁ ଅର୍ଥର ବ୍ୟୟବରାଦ ହୋଇଥିବା ସତ୍ତ୍ୱେ ସରକାରୀ ଉଦାସୀନତା ଯୋଗୁଁ ଏହି ପୁଷ୍କରଣୀ ସାଧାରଣ ଜନତାଙ୍କ ବ୍ୟବହାର ଅନୁପଯୁକ୍ତ ହୋଇପଡିଛି ।

ଏହି ପୁଷ୍କରଣୀର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ତଥା ଜନସାଧାରଣଙ୍କୁ ଏହି ପୁଷ୍କରଣୀର ପରିଚ୍ଛନ୍ନତା ତଥା ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରାଇବା ନିମନ୍ତେ ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ,ଭୁବନେଶ୍ୱର ଶାଖା ପକ୍ଷରୁ ଏହି ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡଃ ଅଭିନ୍ନ କୁମାର ହୋତା , ରାଜ୍ୟ ଉପସଭାପତି ଡ॰ ସୁଧାଂଶୁ ମହାନ୍ତି , ରାଜ୍ୟ ଯୁଗ୍ମ ସଂଯୋଜକ ଲୋକନାଥ ନାୟକ,ସଞ୍ଜୟ ପରିଡା ,ବିଶ୍ଵଜିତ ଦାସ ,ସରୋଜ ମିଶ୍ର , ମନୋରଞ୍ଜନ ବଟୁ,ତାରିଣୀ ପାତ୍ର, ବିକାଶ ଗରାବଡୁ,ବୈକୁଣ୍ଠ ଭୋଇ, ହୃଷୀକେଶ ବେହେରା, ବୁଲୁ ବଟୁ ,କୃଷ୍ଣପ୍ରସାଦ ସାମନ୍ତରାୟ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ |ଆଗାମୀ ଦିନରେ ଏହିଭଳି ସାମାଜିକ ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଜାରିରହିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଅଛି ।

Spread the love
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  

Leave a Reply