ସବୁ ମିଛର ପର୍ଦ୍ଧାଫାସ କରୁ କଂଗ୍ରେସ ସୋସିଆଲ ମିଡିଆ -ପବନ ଖେରା

ଭୁବନେଶ୍ୱର-୧/୮/୨୦- ଅଖିଳ ଭାରତ କଂଗ୍ରେସ କମିଟିର ଜାତୀୟ ମୁଖପାତ୍ର ପବନ ଖେରା ଆଜି ଓଡ଼ିଶାର​ ସାମାଜିଜ ଗଣମାଧ୍ୟମର କର୍ମଜର୍ତ୍ତା ଏବଂ ଶତାଧିକ କଂଗ୍ରେସ କର୍ମୀଙ୍କୁ କୁ ପରାମର୍ଶ ଦେଇ ସୋସିଆଲ ମେଡିଆର କଂଗ୍ରେସ ପାଇଁ ଲଢେଇ କରିବା ଦରକାର ବୋଲି କହିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସବୁ ମିଛର ପର୍ଦାଫାସ କରୁ ସୋସିଆଲ ମେଡିଆ ବୋଲି ପ୍ରକାଶ କରିଥିଲେ।
​ ​ ​ ​ ଆଜି ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ​ ଦ୍ୱାରା ପ୍ରାୟୋଜିତ ଅନଲାଇନ କାର୍ଯ୍ୟକ୍ରମ ଜରିଆରେ ସିଧାସଳଖ ଆଲୋଚନା କରିଥିଲେ ଏଆସିସି ମୁଖପାତ୍ର ଶ୍ରୀ ପବନ ଖେରା।
​ ​ ​ ​ ଶ୍ରୀ ଖେରାଙ୍କୁ ଏହି ଅନଲାଇନ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରି ପଚାରିଥିବା ପ୍ରଶ୍ନର ଉତ୍ତର ରଖି​ ଶ୍ରୀ ଖେରା ରାହୁଲ ଗାନ୍ଧୀ ତାଙ୍କ ଆଦର୍ଶ ଓ ତାଙ୍କ ନେତା ବୋଲି କହିଥିଲେ।ରାହୁଲ ଗାନ୍ଧୀ ତାଙ୍କ ଜୀବନରେ ସବୁ ହରେଇ ମଧ୍ୟ ସେ ଦେଶ ପାଇଁ ଲଢେଇ ଜାରି ରଖିଛନ୍ତି।କଂଗ୍ରେସ ହେଉଛି ସଂଘର୍ଷ କରିବାର ପାର୍ଟି।କଂଗ୍ରେସ କୁ ଭଲ ପାଉଥିବା ଲୋକ ପ୍ରଥମେ କଂଗ୍ରେସ ର ଇତିହାସ ଜାଣିବା ଦରକାର।
​ ​ ​ ​ ​ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ବିଚାର ଧାରାକୁ ନେଇ ଆଗକୁ ବଢୁଛି କଂଗ୍ରେସ।ତେଣୁ କଂଗ୍ରେସ ଭଳି ଗୋଟେ ଦଳ ବୈପ୍ଳବିକ ଚିନ୍ତାଧାରା ଓ ସାଧାରଣ ଲୋକଙ୍କ ମନକଥା​ ବୁଝୁଥିବା ଦଳଟି ସବୁବେଳେ କ୍ଷମତାରେ ବା ପ୍ରଶାସନିକ ଦାୟିତ୍ୱରେ ରହିବା ଉଚିତ ବୋଲି ଶ୍ରୀ ଖେରା କହିଥିଲେ।
​ ​ ​ ​ ​ ​ ​ ​ ଯେତେବେକେ କଂଗ୍ରେସ ଦଳ କ୍ଷମତାରୁ ଯାଇଛି ସେତେବେଳେ ସମଗ୍ର ଦେଶରେ ଅସ୍ଥିରତା ସୃଷ୍ଟି ହୋଇଛି।ଯେଉଁମାନେ ଦେଶ ପାଇଁ ଲଢ଼ି ଦେଶକୁ ଜିତାଇ​ ଆଣିଥିଲେ ସେମାନେ ହିଁ କଂଗ୍ରେସ ର ମୁଳପିଣ୍ଡ।ଆଜିର ଦିନରେ ଯେଉଁମାନେ ସେହି ବିଚାରଧାରା ବୁଝୁଛନ୍ତି ସେମାନେ କଂଗ୍ରେସ ର ଜଣେ ଜଣେ ସିପାହୀ।ଆମର କ୍ୟାଡର ଦରକାର ନାହିଁ।ପ୍ରତ୍ୟେକ ଭାରତବାସୀ ଆମର କ୍ୟାଡର ବୋଲି ଶ୍ରୀ ଖେରା ବକ୍ତବ୍ୟରେ କହିଥିଲେ।
​ ​ ​ ​ ​ ​ ​ ବିଜେପିର ରାଷ୍ଟ୍ରୀୟ ସ୍ତରରେ ହିରୋ ବୋଲି ଦେଖାଇବାକୁ କେହି ନାହାନ୍ତି।ଯେଉଁମାନବକୁ ବିଜେପି ନିଜ ଦଳର ମହାନାୟକ ଭାବେ ପୂଜାକରେ ସେ ସବରକର ହୁଅନ୍ତୁ କି ଶ୍ୟାମା ପ୍ରସାଦ ମୁଖାର୍ଜୀ ହୁଅନ୍ତୁ ବା ଅନ୍ୟ କେହି ହୁଅନ୍ତୁ ସେ ସମସ୍ତେ ଜଣେ ଜଣେ ଦେଶବାସୀଙ୍କ ଗ୍ରହଣ ହେଲାଭଳି ବ୍ୟକ୍ତି ନୁହନ୍ତି।ତାଙ୍କ ପାଖରେ ସର୍ବଭାରତୀୟ ସ୍ତରରେ ଜଣେ ଜନାଦୃଶ ନେତା କେହୁ ନାହାନ୍ତି ବା ଆଗକୁ ହେବେ ସେ ଆଶା ବି ନାହିଁ।ସେଥିପାଇଁ ସେମାନେ ପଣ୍ଡିତ ନେହେରୁ ଓ ସରଦାର ପଟେଲ ଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି କଥା କହୁଛନ୍ତି।ସେଥିପାଇଁ ସେମାନେ ସରଦାର ପଟେଲ ଜିଏଭକୁ ଜୀବଦଶା ଭିତରେ କେବେ ବିି ବିଜେପି,ଜନସଂଘ ନା ହିନ୍ଦୁସଭା ତାଙ୍କ ସମ୍ପର୍କରେ ନଥିଲେ।ସେ ତାଙ୍କୁ ଘୃଣା କରୁଥିଲେ।ସେଭଳି ବ୍ୟକ୍ତି ମୂର୍ତ୍ତି ତିଆରି କରି ସେ କହୁଛନ୍ତି ଯେ ନେହେରୁ ଓ ପଟେଲଙ୍କ ମଧ୍ୟରେ ତିକ୍ତତା ଥିଲା।ଏଭଳି ମିଛ ପ୍ରଚାର କରୁଛନ୍ତି।ସେ ହେଉଛନ୍ତି କଂଗ୍ରେସର ,କଂଗ୍ରେସ ପାଇଁ,ଦେଶପାଇଁ,କଂଗ୍ରେସ ଦଳକୁ ନିଜ ହାତରେ ଗଢିଥିବା ସରଦାର ପଟେଲ ଭଳି ନେତାଙ୍କୁ ନିଜ ଦଳର ଆଦର୍ଶ କରି ରଖିବା ପାଇଁ। ତେଣୁ ଏହି ସତ କଥା ଗୁଡିକୁ ସୋସିଆଲ ମେଡିଆ ପ୍ରଚାର ଓ ପ୍ରସାର କରିବା ଉଚିତ ବୋଲି ଆହ୍ୱାନ ଦେଇଥିଲେ ଏଆଇସିସି ମୁଖପାତ୍ର ଶ୍ରୀ ଖେରା।
​ ​ ​ ​ ​ ​ ​ ​ ​ କେନ୍ଦ୍ରରେ ବର୍ତ୍ତମାନ ଥ୍ରୀ ଡି ସରକାର ଚାଲିଛି(Divide-Distract-Divert)।ସେହିପରି ରାଜ୍ୟରେ ବିଜେଡି ଓ ବିଜେପିର ସଲାସୁତୁରା ରେ ଏନ ସ୍କୋୟାର ସରକାର ଚାଲିଛି।
​ ​ ​ ​ ​ ​ ​ ଜୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ ସମାଲୋଚନା କରି ଖେରା କହିଥିଲେ ଏହି ଦୁଇଜଣଙ୍କୁ କଂଗ୍ରେସରୁ​ କମ ବୟସରେ​ ବହୁ କିଛି ପାଇଛନ୍ତି।ଉପା ସରକାର ବେଳେ ଯେଉଁ ୧୮ ଜଣ ଯୁବ ନେତୃତ୍ୱ ଦାଇତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ସେମାନେ ଥିଲେ।ଉଭୟଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା।ସଚିନ ପାଇଲଟ ୪୦ ବର୍ଷରେ ଉପମୁଖ୍ୟମନ୍ତ୍ରୀ​ କରାଯାଇଥିଲା।୨୫ ବର୍ଷରେ ସାଂସଦ ହୋଇଥିଲେ।ଆଉ କଣ କରାଯାଇଥାନ୍ତା ବୋଲି ଶ୍ରୀ ଖେରା କହିଥିଲେ।
​ ​ ପିସିସି ସଭାପତିଙ୍କ ବିଭିନ୍ନ ସାଂଗଠନିକ ପ୍ରଶ୍ନର ଉତ୍ତର ରଖିଥିବା ବେଲେ ଓଡିଶାକୁ ଅତ୍ୟନ୍ତ ଭଲପାଉଥିବା ଶ୍ରୀ ଖେରା ନିଜର କିଶୋର ଜୀବନରେ ଓଡ଼ିଶାର କୋରାପୁଟ,ମାଲକାନାଗିରି,ନବରଙ୍ଗପୁର ଜାଗାକୁ ଅତି ପାଖରୁ ଦେଖିବାର ସୁଯୋଗ ପାଇଥିଲେ କହିବା ସହ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଭଲ ପାଆନ୍ତି ଏବଂ ପ୍ରଣାମ ଜଣେଇ ଜୟ ଜଗନ୍ନାଥ କହି ତାଙ୍କ ସେ ତାଙ୍କର ବକ୍ତବ୍ୟ ଆରମ୍ବ କରିଥିଲେ ଏବଂ​ ଇଦ ମୁବାରକ ର ଅଭିନନ୍ଦନ ଜଣେଇ ନିକଟ ଭବିଷ୍ୟତରେ ଓଡିଶା ଆସିବା ପାଇଁ ସହମତି ପ୍ରକାଶ କରିଥିଲେ।


​ପିସିସି ସୋସିଆଲ ମିଡିଆ ଅଧକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଙ୍କ ବ୍ୟତୀତ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ କେନ୍ଦ୍ରୀୟ ସୋସିଆଲ ମିଡିଆ ସଂଯୋଜକ ବିପିନ ୟାଦବ,ବିନୟ ଦୋକାନିୟା,ସାଂସଦ ସପ୍ତଗିରି ଉଳାକା,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ବିସ୍ମୟ ମହାପାତ୍ର,ଚେତନ ମିଶ୍ର,ଜୋୟତା ରୟ,ଅଭିଳାଷ ପତି ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ସୂଚାଇ ଦଉଛି କି ଏହା ସୋସିଆଲ ମେଡିଆର ଦୂତୀୟ ଅନଲାଇନ କାର୍ୟକ୍ରମ।ପ୍ରଥମ କାର୍ୟକ୍ରମ ରେ ବକ୍ସର ବିଜେନ୍ଦର ସିଂହ ଅତିଥି ଭାବେ ଯୋଗଦେଇଥିଲେ।ଯାହା କି ପରବର୍ତ୍ତୀ କାର୍ୟକ୍ରମ କରିବା ପାଇଁ ସୋସିଆଲ ମିଡିଆ ଟିମ କୁ ଉତ୍ସହିତ​ କରିଥିଲା।ଏହିପରି​ କାର୍ଯ୍ୟକ୍ରମ ବା ଅଧିବେଶନଗୁଡିକ ଓଡିଶା କଂଗ୍ରେସର ସୋସିଆଲ ମିଡିଆ ଦ୍ୱାରା ପ୍ରଜାୟକ୍ରମେ କରାଯିବ ବୋଲି ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ରେ​ ଜଣାଇଛନ୍ତି।

Spread the love
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  

Leave a Reply