ପୁରୀ ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ବଗଲା ଧର୍ମଶାଳା ଜମି ପ୍ଲଟିଙ୍ଗ କରି ବିକ୍ରି କରିବା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ।

ବଗଲା ଧର୍ମଶାଳା ଜମି ବିକ୍ରିକୁ ଯୁବ କଂଗ୍ରେସ ପୁରୀ ଜିଲ୍ଲା କମିଟି ତରଫରୁ ବିରୋଧ କରାଯାଇଅଛି । ରାଜ୍ୟସରକାରଙ୍କ ଏହି ବେନିୟମ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଲା ଜିଲ୍ଲା ଯୁବକଂଗ୍ରେସ ।

ଜଗନ୍ନାଥ ମହାପ୍ରଭୁଙ୍କ ଗରିବ ଭକ୍ତ, ତୀର୍ଥଯାତ୍ରୀଙ୍କ, ରହଣୀ ପାଇଁ ବାବୁ କହ୍ନେୟାଲାଲ ବଗଲା ୧୯୦୪ ମସିହାରେ ନିର୍ମାଣ କରିଥିବା ବଗଲାଧର୍ମଶାଳା ଯାହା ୧୯୦୫ ମସିହାରେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଲଜିଂ ହାଉସ୍ ଫଣ୍ଡ ସଭାପତିଙ୍କୁ ହସ୍ତାନ୍ତର କରିଥିଲେ ପରବର୍ତ୍ତୀ ସମୟରେ ଓଡିଶା ବିହାର ପ୍ଳେସେସ ଅଫ ପିଲଗ୍ରିମ ଆକ୍ଟ ୧୯୨୦ ଆଇନ ଅନୁଯାୟୀ ବଗଲାଧର୍ମଶାଳା ପରିଚାଳନା ହେଉଥିଲା ଯାହା ଓଇଏ କେସ ୩୯୵୧୯୯୯ ଫଇସଲା କରି ତତ୍କାଳୀନ ତହସିଲଦାର, ପୁରୀ ଧର୍ମଶାଳାର ଉଦେଶ୍ଯ ସ୍ପଷ୍ଟ କରିଥିଲେ ।

କିନ୍ତୁ ଓଡିଶା ସରକାର ୨୦୧୮ ମସିହାରେ ଓଡିଶା ବିହାର ପ୍ଳେସେସ ଅଫ ପିଲଗ୍ରିମ ଆକ୍ଟ ୧୯୨୦ ଉଛେଦ କରି ଲଜିଂ ହାଉସ୍ ଫଣ୍ଡ ପୁରୀ ପୌରସଂସ୍ଥା ସହ ମିଶ୍ରଣ କଲେ ତେଣୁ ଆଇନତଃ ବଗଲାଧର୍ମଶାଳାର କେୟାର ଟେକର ଟ୍ରଷ୍ଟି ଲଜିଂ ହାଉସ୍ ଫଣ୍ଡ ଠାରୁ ପୌରସଂସ୍ଥା କୁ ବଗଲାଧର୍ମଶାଳା ମୁଖ୍ୟ ଟ୍ରଷ୍ଟି ରୂପେ ହସ୍ତାନ୍ତର ହୋଇଥିଲା । କିନ୍ତୁ ବଗଲାଧର୍ମଶାଳାର ଜମି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହସ୍ତାନ୍ତର ହେବା ହିଁ ରାଜ୍ୟ ସରକାରଙ୍କ ପ୍ରଥମ ବିଶ୍ବାସ ଘାତକତା ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ୨୦ କୋଟି ବ୍ୟୟରେ ଜଗନ୍ନାଥ ଭକ୍ତ ଆଶ୍ରୟ ସ୍ଥଳୀ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଶ୍ରୀ ମନ୍ଦିରର କାର୍ଯ୍ୟଳୟର ଆପତ୍ତି ବିହିନ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟ ଚାଲିଥିଲା ହଠାତ୍ ସେପ୍ଟେମ୍ବର ୨୦୧୯ ରେ ଜିଲ୍ଲାପାଳ ନିର୍ମାଣ କାର୍ଯ୍ୟ ରୋକ କରିଥିଲେ ଓ ଏବେ ୬ ଜଣ ଙ୍କୁ ବିକ୍ରି କରିବା ମଧ୍ୟ ସମସ୍ତେ ଜାଣିଛନ୍ତି ।
ଗୋଟେ ପାର୍ଶ୍ବରେ ଜିଲ୍ଲାପାଳ ପୌରସଂସ୍ଥା ର ଅଧ୍ୟକ୍ଷ ରୂପେ ଜମି ନେଇ ଅନ୍ୟପଟେ ତହସିଲ କାର୍ଯ୍ୟାଳୟର ଅପବ୍ଯବହାର କରି ରାଜସ୍ୱ ବିଭାଗ ନାମରେ ଦାଖଲ ଖାରଜ କେସ କରି ମାଲିକାନା ହାତେଇବା ପରେ ବିକ୍ରି ସମ୍ପୂର୍ଣ୍ଣ ବେଆଇନ ।

ବାବୁ କହ୍ନେୟାଲାଲ ବଗଲା ଙ୍କ ଉତ୍ସର୍ଗ ଓ ସଂକଳ୍ପ ବଳବତ୍ତର ରହିବା ଓ ସମସ୍ତ କବଲା ତୁରନ୍ତ ବାତିଲ ସହ ବଗଲାଧର୍ମଶାଳା ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇ ତୁରନ୍ତ ଜଗନ୍ନାଥ ଭକ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ ନଚେତ୍ ଯୁବ କଂଗ୍ରେସ ଏହି ଆନ୍ଦୋଳନ ପୁରୀରୁ ଆରମ୍ଭ କରି ସମଗ୍ର ଓଡିଶାରେ ଆନ୍ଦୋଳନ ବ୍ୟାପକ କରିବ ।


ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାଏ ନିଜ ଭାଷଣରେ ନବୀନ ପଟ୍ଟନାୟକ ସରକାରଙ୍କ ୨୧ ବର୍ଷର ବିଫଳତା ବକ୍ଷାଣିଥିଲେ ଓ ସେ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇକ ସେବାୟତ ବା ସୈନିକ ହିସାବରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦେଶ୍ଯରେ ଦାନ ଜମି ସରକାର ବା ଜିଲ୍ଲାପାଳ ଙ୍କ ବିକ୍ରି ସଂପୂର୍ଣ୍ଣ ବେ ଆଇନ କହିଥିଲେ ।

ସେହିପରି ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟପ୍ରକାଶ ନାୟକ ଶ୍ରୀ ମନ୍ଦିରର ଚତୁଃପାର୍ଶ୍ବରେ ୭୫ ମିଟର ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ହୋଇନଥିବା ସେ କହିଥିଲେ ଏବଂ ବଗଲାଧର୍ମଶାଳା ଜମି ବିକ୍ରି ବେଆଇନ କାର୍ଯ୍ୟ ତୁରନ୍ତ ବାତିଲ କରାଯିବା ନିମନ୍ତେ ଦାବୀ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ସୁଜିତ ମହାପାତ୍ର, ଅଜିତ ମଙ୍ଗରାଜ, ରାଜେଶ ମିଶ୍ର, ଗୋପାଳଚନ୍ଦ୍ର ଖୁଣ୍ଟିଆ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି ଙ୍କ ନେତୃତ୍ଵରେ ଅମରେନ୍ଦ୍ର ପାଇକରାଏ, ସ୍ବାଧୀନ କୁମାର ପଣ୍ଡା, ରାଜରତନ ମହାପାତ୍ର, ସର୍ବେଶ୍ବର ସ୍ବାଇଁ, ବିଶ୍ବରଂଜନ ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ସରସ୍ବତୀ ପାତ୍ର, ସତ୍ୟପ୍ରକାଶ ବରାଳ, ପଦ୍ମନାଭ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତିରଂଜନ ପତି, ସ୍ବାଧୀନ କୁମାର ପଣ୍ଡା, ବିଶ୍ବନାଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Spread the love
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  

Leave a Reply