ବାଳକାଟୀ ପିତ୍ତଳ କାରିଗରଙ୍କୁ ସହାୟତାର ହାତ ବଢାଇଲା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ।

ମହାମାରୀ କରୋନାର ଭୟାବହତା ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ ବାଳକାଟୀ ଅଞ୍ଚଳରେ ସ୍ଥାନୀୟ କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ।

ବାଳକାଟୀ ଅଞ୍ଚଳର ରଥୀଜେମା ପଞ୍ଚାୟତର ଅଶୀଘର ସାହି ଅଞ୍ଚଳର ବାସିନ୍ଦା ମାନେ ସାଧାରଣତଃ ପାରମ୍ପରିକ ଭାବେ ପିତ୍ତଳ କାରିଗର ଭାବେ ପରିଚିତ । କରୋନା ରୋଗର ପ୍ରଭାବ ଏମାନଙ୍କ ଜୀବନ ଓ ଜୀବିକା ଉପରେ ବ୍ୟାପକ ପ୍ରଭାବ ପକାଇଛି । ବଜାର ଅଭାବ ଯୋଗୁଁ ଏହି କାରିଗର ମାନଙ୍କର ଆର୍ଥିକ ସ୍ଥିତି ବିପନ୍ନ ହୋଇପଡିଛି ।

ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣରେ ଏହି କାରିଗର ମାନଙ୍କୁ ସହାୟତାର ହାତ ବଢାଇଛି ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ସଂସ୍ଥା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ।ସ୍ୱାଧୀନତା ଦିବସର ଅବ୍ୟବହିତ ଅବସରରେ ସଂଗଠନର ସଭାପତି ରୋଟାରିଆନ ସିଦ୍ଧାର୍ଥ ସାମଲଙ୍କ ନେତୃତ୍ୱରେ ଓ ପରିଚୟ ଫାଉଣ୍ଡେସନ ସହଭାଗିତାରେ ଆଜି ବାଳକାଟୀ ଅଶୀଘର ସାହିରେ ଏକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଶତାଧିକ କାରିଗର ମାନଙ୍କୁ ରାସନ ସାମଗ୍ରୀ , କରୋନା ରୋଗରୁ ସୁରକ୍ଷା ନିମନ୍ତେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା ।

ଅନୁଷ୍ଠାନ ସଭାପତି ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ଅତୀତରେ ଏହିପରି ଅନେକ କାର୍ଯ୍ୟକ୍ରମରେ ନିଜକୁ ଜଡିତ କରିଆସିଛି ଓ ଆଗାମୀ ଦିନମାନଙ୍କରେ ମଧ୍ୟ ଏହିପରି ଭାବରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ସଭାପତି ରୋଟାରିଆନ ସିଦ୍ଧାର୍ଥ ସାମଲ, ସନ୍ତୋଷ ସେନାପତି, ବିଭୁରଞ୍ଜନ ସାହୁ, ବୁଦ୍ଧ ପ୍ରକାଶ ମହାପାତ୍ର, ରେଖା ଚିନ୍ନାରି ଏବଂ ସାମାଜିକ ଅନୁଷ୍ଠାନର ପରିଚୟ ଫାଉଣ୍ଡେସନ ପକ୍ଷରୁ ଡଃ ରୋଜାଲୀନ ପାଟଶାଣୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।

Spread the love
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  

Leave a Reply