ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରୋଜଗାର ଦିଅ ସରକାର କାର୍ଯ୍ୟକ୍ରମ ଅନୁଷ୍ଠିତ।

ଆଜି ତା ୦୯.୦୮.୨୦୨୦ ରିଖ ସ୍ଥାନୀୟ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ଇନ୍ଦିରା ଭବନ ଠାରେ “ରୋଜଗାର ଦିଅ ସରକାର ରୋଜଗାର ଆମର ଦରକାର” ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।


ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କା ଏବଂ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ବି.ଭି ଙ୍କ ଆହ୍ବାନ କ୍ରମେ କେନ୍ଦ୍ର ଶାସନ ତନ୍ତ୍ର ଦାୟିତ୍ୱରେ ଥିବା ନରେନ୍ଦ୍ର ମୋଦି ସରକାର ୨୦୧୪ ନିର୍ବାଚନ ପୂର୍ବରୁ ବାର୍ଷିକ ୨ କୋଟି ରୋଜଗାର ଦେବା କଥା କହିଥିଲେ ମାତ୍ର ଦୀର୍ଘ ୭ ବର୍ଷ ନୀରଙ୍କୁଷ ଶାସନ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ କେବଳ ମାତ୍ର ଭାଷଣ ବାଜୀ ରେ ଏବଂ ବିଦେଶ ଭ୍ରମଣରେ ସମୟ ଅତିବାହିତ କରି ଭାରତୀୟ କର୍ମନିଯୁକ୍ତି NSSO ରିପୋର୍ଟ ଅନୁଯାୟୀ ବୋରୋଜଗାରୀ ସ୍ତର ଦୀର୍ଘ ୪୫ ବର୍ଷ ତଳକୁ ଖସାଇଦେଇଛନ୍ତି ।

କରୋନା ମହାମାରୀ ପ୍ରଥମରୁ ଭୁଲ ପରିଚାଳନା କରି କୋଟି କୋଟି ଲୋକଙ୍କୁ ରୋଜଗାର ତଥା ଜୀବିକା ଛଡାଇ ନେଇଛନ୍ତି ଅନୁରୂପ ଭାବରେ ନବୀନ ପଟ୍ଟନାୟକ ବାର୍ଷିକ ୧ ଲକ୍ଷ ରୋଜଗାର ଦେବା କଥା କହି ୨୦ ବର୍ଷ ନୀରଙ୍କୁଷ ଶାସନ କାଳରେ କେବଳ ଛଟେଇ କରିଛନ୍ତି ଓ କହିବା ଅନୁଯାୟୀ ରୋଜଗାର ଦେବାରେ ବିଫଳ ହୋଇଛନ୍ତି ଏବଂ କରୋନା ଆଳ ଦେଖାଇ ୨ ଲକ୍ଷ ଠିକା କର୍ମଚାରୀଙ୍କୁ ଛଟେଇ ଏବଂ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ଚାକିରି ସୃଷ୍ଟି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଯାହା କୁ ଆମ୍ଭେ ଦୃଢ ବିରୋଧ କରୁଛୁ ଏପରି ଚାଲିଲେ ଏ ସଂଗ୍ରାମ ଦୃଢରୁ ଦୃଢତର ହେବା ନିଶ୍ଚିତ ।

ଆଜିର କାର୍ଯ୍ୟକ୍ରମରେ ବିଶ୍ବନାଥ ଦାଶ, ଅମରେନ୍ଦ୍ର ପାଇକରାଏ, ପ୍ରେମଜିତ ମହାନ୍ତି, ସ୍ବାଧୀନ କୁମାର ପଣ୍ଡା, ସତ୍ୟ ବରାଳ, ସର୍ବେଶ୍ବର ସ୍ବାଇଁ, ସ୍ମୃତିରଂଜନ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  
  •  

Leave a Reply