ଆଜି ସକାଳେ ଗଞ୍ଜାମ-ଗଜପତି ଜିଲ୍ଲାରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି।ଭୂମିକମ୍ଫର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରେକର୍ଡ଼ କରାଯାଇଛି।
ଗଞ୍ଜାମର ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଓ ଏଥିସହିତ ଗଜପତି ଜିଲ୍ଲାର ମୋହନା, ଅଡ଼ବା, ଆର.ଉଦୟଗିରିରେ ମଧ୍ୟ ମୃଦୁ ଭୂ-କମ୍ପ ଝଟକା ଅନୁଭବ ହୋଇଛି।
ସକାଳ ୭ଟା୧୦ରେ ଏହି ଭୂ-କମ୍ପ ହୋଇଥିବା ନେଇ ସୂଚନା ମିଳିଛି। ପ୍ରାୟ ୩ ରୁ ୪ ସେକେଣ୍ଡ ଧରି ଭୂ-କମ୍ପ ପ୍ରଭାବ ଅନୁଭୁତ ହୋଇଥିଲା।