କରୋନା ମହାମାରୀରେ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ସମୟରେ ବୀର ରାମଚନ୍ଦ୍ର ପୁରର ଉତ୍ସାହୀ ଯୁବଗୋଷ୍ଠୀ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆରମ୍ଭ କରି ଥିଲେ ବିଶୋଧୀକରଣ (ସାନିଟାଇଜେସନ୍ ) କାର୍ଯ୍ୟକ୍ରମ।
![](/wp-content/uploads/2020/08/IMG_20200802_194746_compress87-1024x686.jpg?189db0&189db0)
ତା ୨|୮|୨୦୨୦ ରିଖ ସକାଳ ୮ଟାରୁ ଯୁବ ସ୍ୱେଚ୍ଛାସେବୀମାନେ ଗ୍ରାମର ୬ଟି ମନ୍ଦିର ବେଢା, ମଣ୍ଡପ, ୨ଟି ସ୍କୁଲ୍ , ଯୁବସଂଘ, ୪ଟି କୋଠଘର, ସାଧାରଣ ଲୋକଙ୍କ ଚଳପ୍ରଚଳ ଦୋକାନଗୁଡିକ ତଥା ରାସ୍ତା କଡରେ ଥିବା ପାଣିଟାଙ୍କି ଓ ଟ୍ୟାପ୍ ପଏଣ୍ଟ ଗୁଡିକୁ ବିଶୋଧୀକରଣ କରିଥିଲେ। ଏଥି ସହିତ ଗ୍ରାମବାସୀମାନଙ୍କ ମନୋବଳ ଦୃଢ କରିବା ନିମନ୍ତେ ସଚେତନତା ବାର୍ତା ପ୍ରଚାର ପ୍ରସାର କରିବା ସହିତ ପ୍ରାୟ ୨୦୦ ମାସ୍କ ବଣ୍ଟନ କରିଥିଲେ।
![](/wp-content/uploads/2020/08/IMG_20200802_194718_compress87-1024x689.jpg?189db0&189db0)
ପଞ୍ଚାୟତରେ ବ୍ୟକ୍ତିଗତ ଓ ପରିବେଶ ସ୍ୱଚ୍ଛତା ତଥା ସାମାଜିକ ଦୂରତ୍ବ ରକ୍ଷା କରି କରୋନାକୁ କିପରି ପ୍ରତିହତ କରାଯାଇ ପାରିବ ସେ ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା।